ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ମିଳିଛି ଫରେଷ୍ଟ କ୍ଲିୟରାନ୍ସ । ପୁରୁଣାକଟକରୁ ଦଶପାଲା ଯାଏଁ ୬୮ କିଲୋମିଟର ଜଙ୍ଗଲ ଜମିକୁ ଜଙ୍ଗଲ ବିଭାଗ ଅନୁମତି ପ୍ରଦାନ କରିଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ୬୮କିମି ରେଳ ଲାଇନ କାମ ପାଇଁ ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହିତ, ଜଙ୍ଗଲ ଅନୁମତି ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
“The eyes believe themselves, the ears believe other people.”
More Stories
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ
ଦୃଷ୍ଟିବାଧିତ ପିଲାଙ୍କୁ ମିଳିବ କମ୍ପିଟେଟିଭ୍ ବ୍ରେଲି ବହି, ସରକାରଙ୍କ ଭିନ୍ନ ପ୍ରୟାସ