The Topmost

“The eyes believe themselves, the ears believe other people.”

୧୬ ତାରିଖରେ ଦିଲ୍ଲୀ ମେୟର ନିର୍ବାଚନ

୧୬ ତାରିଖରେ ହେବ ଦିଲ୍ଲୀ ମେୟର ନିର୍ବାଚନ । ଦୁଇଦୁଇଥର ବୈଠକ ବିଫଳ ହେବା ପରେ ଏବେ ପୁଣି ଫେବୃଆରୀ ୧୬ ତାରିଖରେ ଦିଲ୍ଲୀ ନଗର ନିଗମର ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟିର ୬ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ । ଏନେଇ ଦିଲ୍ଲୀ ନଗର ନିଗମର ବୈଠକ ୧୬ ତାରିଖକୁ ସ୍ଥିର କରାଯାଇଛି । ଅଧିକାରୀଙ୍କ ସୂଚନା ମୁତାବକ ଦିଲ୍ଲୀ ଉପରାଜ୍ୟପାଳ ଆଜି ସକାଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମେୟର ନିର୍ବାଚନ କରିବାକୁ ପଠାଇଥିବା ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ବିଜେପି ଓ ଆମ୍ ଆଦମୀ ପାର୍ଟି ସଦସ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ପାଇଁ ଏହି ନିର୍ବାଚନ ୩ଥର ସ୍ଥଗିତ ହୋଇଛି ।