The Topmost

“The eyes believe themselves, the ears believe other people.”

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ-୧ ର ହେବ ଉଦଘାଟନ 

ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୌସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ୟ୍ୟାୟକୁ ଉଦଘାଟନ କରିବେ । ଏହା ହେଉଛି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଶର ସବୁଠାରୁ ଦୀର୍ଘ ଏକ୍ସପ୍ରେସ ୱେ , ଯାହାର ଲମ୍ବ ୧,୩୮୬ କିଲୋମିଟର ହେବ । ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ, ଦିଲ୍ଲୀ-ଦୌସା-ଲାଲସୋଟ୍ ର ପ୍ରଥମ ଭାଗକୁ ଉଦଘାଟନ କରିବେ । ଏହା ୨୪୬ କିଲୋମିଟର ପରିବ୍ୟାପ୍ତ ଏବଂ ୧୨,୧୫୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଦ୍ୱାରା ଦୁଇ ପ୍ରମୁଖ ସହର ମଧ୍ୟରେ ଯାତ୍ରା ସମୟ ବର୍ତ୍ତମାନର ୫.୫ ଘଣ୍ଟାରୁ ମାତ୍ର ୩ ଘଣ୍ଟାକୁ କମିଯିବ ।