The Topmost

“The eyes believe themselves, the ears believe other people.”

ରାଜସ୍ଥାନ ବଜେଟରେ ଗେହଲଟଙ୍କ ବଡ ଘୋଷଣା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ବଜେଟ୍ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟର ଚାଷୀଙ୍କୁ ୨୦୦୦ ୟୁନିଟ ଯାଏଁ ମାଗଣା ବିଜୁଳି ଯୋଗାଇଦିଆଯିବ ।
ଘରୋଇ ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି ମିଳିବ ।
ରାଜ୍ୟବାସୀଙ୍କୁ କେବଳ ୫୦୦ ଟଙ୍କା ରନ୍ଧନ ଗ୍ୟାସ ସିଲିଣ୍ଡର ମିଳିବ ।
କରୋନାରେ ଯେଉଁ ପିଲାମାନେ ବାପା,ମା’ଙ୍କୁ ହରାଇଛନ୍ତି ସେମାନଙ୍କୁ ୧୮ ବର୍ଷ ପରେ ଚାକିରି ଦିଆଯିବ ।
ଅନ୍ୟ ଜାତିରେ ବିବାହ କଲେ ୨୫ ଲକ୍ଷ ଯାଏଁ ସହାୟତା ରାଶି ମିଳିବ ।
ଦୁର୍ଘଟଣା ବିମା ରାଶିକୁ ୫ ଲକ୍ଷରୁ ବ୧୦ ଲକ୍ଷକୁ ବୃଦ୍ଧି କରାଯିବ ।
ରାଜ୍ୟରେ ୧୫ଟି ଭିନ୍ନ ଭିନ୍ନ ସ୍ଥାନରେ ନିଶାମୁକ୍ତି କେନ୍ଦ୍ର ଖୋଲାଯିବ ।
ରାଜ୍ୟରେ ଅଧିକ ମହାବିଦ୍ୟାଳୟ ଓ ମେଡିକାଲ କଲେଜ ଖୋଲାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପେପର ଲିକକୁ ରୋକିବାକୁ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯିବ ।
ମହିଳାଙ୍କ ପାଇଁ ରୋଡୱେ ଭଡାରେ ୫୦ ପ୍ରତିଶତ ଯାଏଁ ରିହାତି ମିଳିବ ।
ଅନ୍ନପୂର୍ଣ୍ଣା ଫୁଡ ପ୍ୟାକେଜ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ମାଗଣା ରାସନ ମିଳିବ ।
ଯଦିଓ ବଜେଟର ପ୍ରଥମ ପର୍ଯ୍ୟାୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ହେଲେ ବଜେଟ୍ ଶୁଣିବା ପରେ ସମସ୍ତେ ଶାନ୍ତ ପଡିଥିଲେ ।