The Topmost

“The eyes believe themselves, the ears believe other people.”

skin-cancer

ମହିଳାଙ୍କୁ ବିପଦ ଚର୍ମ କର୍କଟ

ଏକ ନୂଆ ରିସର୍ଚ୍ଚରେ ଚର୍ମ କର୍କଟକୁ ନେଇ ବୈଜ୍ଞାନିକମାନେ ଭୟଙ୍କର ତଥ୍ୟ ପ୍ରକାଶ କରିଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ୨୦୪୦ ସୁଦ୍ଧା ଚର୍ମ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ । ଏଥିସହିତ ବିଶ୍ୱର ୬୮% ଅଧିକ ଲୋକ ଏଥିରୁ ନିଜ ଜୀବନ ବଞ୍ଚାଇ ପାରିବେନାହିଁ । ତେବେ ଏହି କର୍କଟକୁ ମେଲାନୋମା କୁହାଯାଏ । ସ୍କିନ କ୍ୟାନ୍ସରର ପ୍ରତି ୫ଜଣଙ୍କ ରୋଗୀଙ୍କ ମଧ୍ୟରୁ ଜଣେ ଏହି ମେଲାନୋମା ରୋଗରେ ଶିକାର ହେଉଛନ୍ତି । ତେବେ ରିସର୍ଚ୍ଚରେ କୁହାଯାଇଛି ଯେ ବିଶ୍ୱର ଅଧିକାଂଶ ଦେଶରେ ୫୦ ବର୍ଷ ଆୟୁରୁ କମ୍‌ ମହିଳାଙ୍କୁ ଏହି କର୍କଟ ରୋଗ ହେବାର ଆଶଙ୍କା ଅଧିକ ରହିଛି । ସେହିପରି ୫୦ ବର୍ଷ ବୟସରୁ ଅଧିକ ପୁରୁଷଙ୍କୁ ମଧ୍ୟ ଏହା ବିପଦ ହୋଇପାରେ । ଜାମା ଡର୍ମାଟୋଲୋଜି ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, କେତେକ ଆଫ୍ରିକୀୟ ଏବଂ ଏସୀୟ ଦେଶ ତୁଳନାରେ ଅଷ୍ଟ୍ରେଲିଆରେ ନୂତନ ରୋଗୀଙ୍କ ସଂଖ୍ୟା ୩୬ ଗୁଣ ଅଧିକ ବୋଲି ଜଣାପଡିଛି । ସେହିପରି ନୁ୍ୟଜିଲାଣ୍ଡର ଅଧିକାଂଶ ଲୋକ ଏହି ରୋଗରେ ମୃତୁ୍ୟବରଣ କରିଛନ୍ତି । କର୍କଟ ରୋଗ ଉପରେ ଅନୁସନ୍ଧାନ କରିଥିବା ଏକ ଅନ୍ତର୍ଜାତୀୟ ଏଜେନ୍ସିର ଆକଳନ ଅନୁଯାୟୀ, ୨୦୨୦ରେ ୩ ଲକ୍ଷ ୨୫ ହଜାର ନୂତନ ମେଲାନୋମା ରୋଗୀ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ପ୍ରାୟ ୫୭ ହଜାର ରୋଗୀଙ୍କ ମୃତୁ୍ୟ ଘଟିଛି । ତେଣୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ଶରୀରକୁ ସୂର୍ଯ୍ୟଙ୍କ ସହିତ ସିଧାସଳଖ ସଂସ୍ପର୍ଶରୁ ଦୂରେଇ ରଖିବା ଉଚିତ୍‌ । ସନ୍‌ସ୍କ୍ରିନ ବ୍ୟବହାର କରାଯିବା ଉଚିତ । ଏପରିକି ଅତିବାଇଗଣୀରଶ୍ମି ନିର୍ଗତ ହେଉଥିବା ଉପକରଣକୁ ଯଥାସମ୍ଭବ କମ୍‌ ବ୍ୟବହାର କରିବା ଉଚିତ୍‌ । ଚର୍ମ କ୍ୟାନସରର ଏକ ପ୍ରକାର ରୋଗ ହେଉଛି ମେଲାନୋମା । ଏହି ରୋଗ ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମି ଦ୍ୱାରା ହୋଇଥାଏ । ଏହି ଅବସ୍ଥାରେ ଚର୍ମରେ କଳା ଦାଗ ଦେଖାଯାଏ ।

skin-cancer
skin-cancer @thetopmost-01

http://thetopmost.in/?page_id=555

http://thetopmost.in/?p=1083

http://thetopmost.in/?p=1077

http://thetopmost.in/?p=1074

http://thetopmost.in/?p=1053

ଧୀରେଧୀରେ ଏହାର ଆକାର ବୃଦ୍ଧି ପାଇବାକୁ ଲାଗିଥାଏ । ଏହା ମଧ୍ୟ ଏକପ୍ରକାର ଜେନେଟିକ ରୋଗ । ପ୍ରାଥମିକ ପର୍ଯ୍ୟାୟରେ ଏହାର ଚିକିତ୍ସା ସମ୍ଭବ । ହେଲେ ଅବହେଳା କରିବା ଦ୍ୱାରା ଏହା ସାଂଘାତିକ ହୋଇପାରେ । ଏପରି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଜରୁରୀ ।