ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ସୂଚନା କମିଶନର । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ସୂଚନା କମିଶନରର ନୂଆ ସଦସ୍ୟ ଭାବେ ସୁଶାନ୍ତ ମହାନ୍ତି ନିଯୁକ୍ତ ହୋଇଛନ୍ତି । ୨୦୨୦ ମାର୍ଚ୍ଚ ୧୮ ତାରିଖରେ ୩ଟି ସୂଚନା କମିଶନର ପଦବୀ ନିମନ୍ତେ ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ । ସୁଶାନ୍ତ କୁମାର ମହାନ୍ତି ହେଲେ ନୂଆ ରାଜ୍ୟ ସୂଚନା କମିଶନର । ରାଜ୍ୟ ସରକାର ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଶାନ୍ତ କୁମାର ମହାନ୍ତି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଝରି ସାମ୍ବାଦିକତା ସହ ଜଡ଼ିତ ଅଛନ୍ତି ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି