ଆର୍ଥିକ ସଙ୍କଟ ଦେଇ ଗତିକରୁଛି ପାକିସ୍ତାନ । ପାକିସ୍ତାନରେ ଲଗାତର ପେଟ୍ରୋଲ ଏବଂ ଡିଜେଲର ଅଭାବ ଦେଖିବାକୁ ମିଳିଛି । ଦେଶର ଅନେକ ସହରରେ ଲୋକେ ପେଟ୍ରୋଲ ପମ୍ପରେ ଭିଡ ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ପମ୍ପ ଆଗରେ ଦୌଡୁଥିବା ମଧ୍ୟ ନଜର ଆସିଛନ୍ତି । ସେମାନଙ୍କୁ ଲାଗୁଛି ଯେ ଆଇଏମଏଫ ସହ ପାକିସ୍ତାନ ସରକାରଙ୍କ କଥାବାର୍ତ୍ତା କାରଣରୁ ଆଗାମୀ ଦିନରେ ପେଟ୍ରୋଲ ଦାମ ବୃଦ୍ଧି ହୋଇପାରେ । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ଲୋକଙ୍କ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ଅନେକ ଡର ରହିଛି । ଏହି ଡର କାରଣରୁ ଲୋକେ ପେଟ୍ରୋଲ ଏବଂ ଡିଜେଲ ପମ୍ପ ଆଗରେ ଧାଡି ଲମ୍ବାଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ