The Topmost

“The eyes believe themselves, the ears believe other people.”

ରେପୋ ରେଟ ବଢାଇଲା ଆରବିଆଇ

ପୁଣି ଝଟକା ଦେଲା ଆରବିଆଇ । ବଢିବ ଇଏମଆଇ ସୁଧ ହାର, ଏବଂ ମହଙ୍ଗା ହେବ ଋଣ । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ରେପୋ ରେଟ ବଢିବା ଯୋଗୁଁ ଘର, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏବଂ ଋଣ ନେଉଥିବା ବ୍ୟକ୍ତିଙ୍କୁ ଇଏମଆଇ ଅଧିକ ଦେବାକୁ ପଡିବ । ଏଥିସହ ମନିଟାରି ପଲିସି କମିଟିକୁ ଆରବିଆଇ ସ୍ୱୀକୃତି ଦେଇଛି । ଆରବିଆଇ ବୋର୍ଡର ୬ ଜଣିଆ ସଦସ୍ୟରୁ ୪ ଜଣ ମନିଟାରୀ କମିଟିକୁ ସ୍ୱୀକୃତି ଦେଇଛନ୍ତି ।