ଦିଲ୍ଲୀରେ ପୁଣି ଅଟକିଲା ମେୟର ନିର୍ବାଚନ । ହଙ୍ଗାମା ଯୋଗୁଁ ଆଜି ତୃତୀୟ ଥର ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି । ମେୟର, ଡେପୁଟି ମେୟର ଭୋଟିଂ ପାଇଁ ଉପରାଜ୍ୟପାଳ ମନୋନୀତ ୧୦ କାଉନସିଲରଙ୍କୁ ଅନୁମତି ଦେବାକୁ ନେଇ ପ୍ରତିବାଦ କରିଥିଲା ଆପ୍ । ଉପରାଜ୍ୟପାଳ ଭୋଟିଂ ନିୟମରେ ପରିବର୍ତ୍ତନ କରିବାକୁ ନେଇ ଜୋରଦାର ହଙ୍ଗାମା ପରେ ନିର୍ବାଚନକୁ ସ୍ଥଗିତ ରଖିଦିଆଯାଇଛି । ପୂର୍ବରୁ ଦୁଇ ଥର ଏମସିଡି ହାଉସରେ ବସିଥିବା ବୈଠକରେ ଆପ୍ ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁ ନିର୍ବାଚନ ହୋଇପାରି ନଥିଲା ।
“The eyes believe themselves, the ears believe other people.”
More Stories
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି
ଆପଣଙ୍କ ବାଡିରେ ଅଛି ଦୁନିଆର ସବୁଠୁ ମହଙ୍ଗା ଔଷଧ