The Topmost

“The eyes believe themselves, the ears believe other people.”

ଗୋପାଳର ୪ଦିନିଆ ରିମାଣ୍ଡ ଅବଧି ଶେଷ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ୪ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡର ଶେଷ ଦିନରେ ଗୋପାଳ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ଜଣାପଡିଛି । ସୂଚନା ଅନୁସାରେ ତିନି ଦିନ କ୍ରାଇମବ୍ରାଞ୍ଚ ଏଡିଜି ଜେରା କରିବାବେଳେ ଗୋପାଳ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଯାହାକୁ ଆଧାର କରି ତଦନ୍ତ କରୁଛନ୍ତି ତଦନ୍ତକାରୀ ଟିମ୍ । ଗୋପାଳର କଥା ଅନୁସାରେ ପାଇଖାନା ଟାଙ୍କି ଖୋଳି ଚିରା ଚିଠି ବାହାର କରିଥିଲା । ଗତକାଲି ଗୋପାଳ ରହୁଥିବା ସରକାରୀ କ୍ୱାଟର୍ସକୁ ଯାଇ ଯାଂଚ କରିଥିଲା । ତଥାପି ଆହୁରି ଅନେକ ତଥ୍ୟ ରହସ୍ୟରେ ରହିଥିବାରୁ ପୁଣି ଗୋପାଳଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଂଚ ଯୋଜନା କରୁଛି । ଗତ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ଡରେ ଆଣିଥିଲା କ୍ରାଇମବ୍ରାଞ୍ଚ୍ ।