ବର୍ଷାରେ ବେହାଲ ତାମିଲନାଡ଼ୁ ଅନ୍ତର୍ଗତ ନାଗପଟ୍ଟିନମ୍ । ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ହେବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ଅନ୍ୟପଟେ ତିରୁଭାରୁର ଜିଲ୍ଲାରେ ବି ବର୍ଷାର ପ୍ରକୋପ ଦେଖାଦେଇଛି । ବର୍ଷା କାରଣରୁ ନାଗପଟ୍ଟିନମ ଓ ତିରୁଭାରୁରରେ ଛୁଟି ଘୋଷଣା କରାଯାଇଛି । ଏହାସହ ଝଡ଼ ବାତ୍ୟା ଆଶଙ୍କା କରିଛି ପାଣିପାଗ ବିଭାଗ । ରାମେଶ୍ବରମ ପମ୍ପନ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ତାମିଲନାଡ଼ୁର କାରାଇକାଲଠାରୁ ୪୦୦ କିଲୋମିଟର ଦୂର ତଥା ଶ୍ରୀଲଙ୍କା ଉପକୂଳରୁ ୮୦ କିଲୋମିଟର ଦୂରରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ କ୍ରମାଗତ ବର୍ଷା ଲାଗି ରହିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ