ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଫେବ୍ରୁଆରି ୧୬ ତାରିଖରେ ତ୍ରିପୁରା ଏବଂ ୨୭ ତାରିଖରେ ମେଘାଳୟ ଓ ନାଗାଲାଣ୍ଡରେ ଭୋଟ୍ ଗ୍ରହଣ ହେବ। ମାର୍ଚ୍ଚ ୨ ତାରିଖରେ ଫଳାଫଳ ଆସିବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏହି ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ସହ ସମସ୍ତ ୩ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ୩ ରାଜ୍ୟରେ ବିଧାନସଭା ନିର୍ବାଚନ ସହ ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଲାକ୍ଷାଦ୍ବୀପ ଏବଂ ତାମିଲନାଡ଼ୁରେ ଫେବ୍ରୁଆରି ୨୭ରେ ଉପନିର୍ବାଚନ ଅଛି। ବିଧାନସଭା ନିର୍ବାଚନ ଫଳ ସହ ଉପନିର୍ବାଚନ ଫଳ ମଧ୍ୟ ମାର୍ଚ୍ଚ ୨ରେ ପ୍ରକାଶ ପାଇବ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ