The Topmost

“The eyes believe themselves, the ears believe other people.”

ଫେବୃଆରୀ 1ରେ ଆସିବ ବଜେଟ

ଫେବୃଆରୀ ୧ରେ ଆସିବ ବଜେଟ । ଜାନୁଆରୀ ୩୧ରୁ ବସିବ ବଜେଟ ଅଧିବେଶନ । ଏନେଇ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ନୂଆ ସଂସଦ ଭବନରେ ବଜେଟ ଅଧିବେଶନ ଓ ୨୦୨୩-୨୪ ବଜେଟ ଉପସ୍ଥାପନ ପାଇଁ ଯୋଜନା କରାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ପୁରୁଣା ସଂସଦ ଭବନରେ ଉପସ୍ଥାପନ କରାଯିବ । ସୋମବାର ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଓ ୨ୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ପର୍ଯ୍ୟନ୍ତ କରାଯିବ । ସେହିପରି କେନ୍ଦ୍ର ବଜେଟ ଫେବୃଆରୀ ୧ରେ ଉପସ୍ଥାପନ କରାଯିବ ।

SHARE BY