ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏନେଇ ଆପୋଲୋ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀଙ୍କୁ ଗୁଳିମାଡ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡା. ଦେବାଶିଷ ନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ । ଶୀଘ୍ର ତାଙ୍କୁ ଅପରେସନ କରାଯାଇଥିଲା । ଅପରେସନ ବେଳେ ଜଣାପଡିଥିଲା ଯେ ଗୋଟିଏ ଗୁଳି ଦେହରେ ପଶି ବାହାରିଯାଇଛି । ଏହି କାରଣରୁ ହୃତପିଣ୍ଡ ଏବଂ ବାମ ଫୁସଫୁସ ଉପରେ ଏହାର ପ୍ରଭାବ ପଡିଥିଲା । ଦେହରେ ପ୍ରବଳ ରକ୍ତସ୍ରାବ ଯୋଗୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍