The Topmost

“The eyes believe themselves, the ears believe other people.”

୨ଦିନରେ ୪ଲକ୍ଷ ୧୭ହଜାର କୋଟି କ୍ଷତି

ଦୁଇ ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କାର କ୍ଷତି ସହିଲେ ଭାରତର ସବୁଠୁ ଧନୀ ଗୌତମ ଅଦାନୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପ୍ ଅଧିନରେ ଥିବା କମ୍ପାନୀଗୁଡିକର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ତାଙ୍କର ସମ୍ପତିରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା ହ୍ରାସ ପାଇବାରୁ ବିଶ୍ୱ ଧନୀ ତାଲିକାରେ ସେ ସପ୍ତମ ସ୍ଥାନକୁ ଖସିଆସିଛନ୍ତି । ଦୁଇ ଦିନରେ ଷ୍ଟକ ବଜାରରେ ଅଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ଘଟିବାରୁ ଗୌତମ ଆଦାନୀଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି ।