The Topmost

“The eyes believe themselves, the ears believe other people.”

ହାଇଟେକ ମୋଡରେ ଭାରତୀୟ ସେନା

ହାଇଟେକ ମୋଡରେ ଭାରତୀୟ ସେନା । ଭାରତୀୟ ସୈନ୍ୟ ଏଣିକି ଉଡିବେ ଶୂନ୍ୟରେ । ସେମାନଙ୍କ ଲାଗି ଆସିବ ଜେଟପ୍ୟାକ ସୁଟ୍ । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ । ଏନେଇ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ଟି ଜେଟପ୍ୟାକ ସୁଟ, ୧୦୦ଟି ରୋବୋଟିକ ମ୍ୟୁଲ, ୧୩୦ଟି ନ୍ୟୁଜେନେରେସନ ଟିଥର୍ଡ ଡ୍ରୋନ ସିଷ୍ଟମ ହାସଲ ଲାଗି ନିଆଯାଇଛି ପଦକ୍ଷେପ । ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ । ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ । ଏହି ସୁଟ୍ ଜରିଆରେ ସହଜରେ ଉଡାଣ ଓ ଲ୍ୟାଣ୍ଡିଂ ସମ୍ଭବ ହୋଇପାରିବ । ସେହିପରି ୧୦ ହଜାର ଫୁଟ ଉଚ୍ଚରେ ୪ ପାଦ ବିଶିଷ୍ଟ ରୋବୋଟିକ ମ୍ୟୁଲ କାର୍ଯ୍ୟକରିବ । ବିଭିନ୍ନ ପରିବସ୍ଥିତିରେ ସ୍ବୟଂକ୍ରିୟ ଭାବେ ଏହି ମ୍ୟୁଲ ଗତି କରିପାରିବ ।