ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀଙ୍କ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଅନୀଲ ଆଣ୍ଟୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀର ବିରୋଧ କରିଥିବା ବେଳେ ମୋଦୀ ସରକାରଙ୍କ ସମର୍ଥନରେ ବାହାରିଛନ୍ତି । ସେ କହିଛନ୍ତି, ମୋ ଉପରେ ଟ୍ୱିଟ ଫେରାଇ ନେବାପାଇଁ ଚାପ ପକାଯାଇଥିଲା । ଅନୀଲ ଆଣ୍ଟୋନୀ କହିଥିଲେ ଯେ ଭାରତୀୟ ସଂସ୍ଥାନ ଅପେକ୍ଷା ବ୍ରିଟିଶ ପ୍ରସାରକଙ୍କ ବିଚାରକୁ ମହତ୍ତ୍ୱ ଦେବା ଦେଶର ଏକତାକୁ ପ୍ରଭାବିତ କରୁଛି । ଅନୀଲ କଂଗ୍ରେସ ଛାଡିବା ନେଇ ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ଲେଖିଛନ୍ତି, ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି । ମୋ ଉପରେ ଟ୍ୱିଟ୍ ଫେରାଇନେବାକୁ ଚାପ ବଢାଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ