The Topmost

“The eyes believe themselves, the ears believe other people.”

ବାଗେଶ୍ବର ବାବାଙ୍କୁ ହତ୍ୟା ଧମକ

ବାଗେଶ୍ବର ଧାମର ପୀଠାଧୀଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା । ତୁମେ ମୋର ସାଥ୍ ଦିଅ, ମୁଁ ତୁମକୁ ହିନ୍ଦୁ ରାଷ୍ଟ୍ର ଦେବି ବୋଲି କହିଛନ୍ତି ବିବାଦୀୟ ବାବା ଧୀରେନ୍ଦ୍ର କୃଷ୍ଣ । ଅନ୍ଧବିଶ୍ବାସକୁ ବାବା ଚମତ୍କାର କହୁଥିବା ବେଳେ ଅନେକ ତାଙ୍କୁ ଭଣ୍ଡ ଆଖ୍ୟା ଦେଇଛନ୍ତି । ଚମତ୍କାରିତା ନାଁରେ ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ । ଜୋସିମଠରେ ଭୂ-ସ୍ଖଳନ ସ୍ଥିତି ଅତି ସଙ୍ଗୀନ ହେଉଥିବା ବେଳେ ଲୋକଙ୍କ ଧ୍ୟାନ ଭଟକାଇବାକୁ ଏଭଳି କରାଯାଉଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ବାଗେଶ୍ବର ଧାମର ବାବା ଯଦି ଚମତ୍କାର କରୁଛନ୍ତି, ତେବେ ଯୋଶୀମଠରେ ପୂର୍ବସ୍ଥିତି ଫେରାଇ ଆଣନ୍ତୁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ସେପଟେ ବାବାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ ଭାଇ ଲୋକେଶ ଗର୍ଗ । ଅମର ସିଂ ନାମକ କେହି ବ୍ୟକ୍ତି ଫୋନରେ ଧମକ ଦେଇଥିବା ଲୋକେଶ ଏତଲାରେ ଉଲ୍ଲେଖ ହୋଇଛି ।

SHARE BY