ଆଜି ଦିଲ୍ଲୀ ମେୟର ଓ ଡେପୁଟୀ ମେୟର ନିର୍ବାଚନ । ଗତ ଜାନୁଆରୀ ୬ ତାରିଖରେ ଦିଲ୍ଲୀ ପୌର ସଦନର ବୈଠକରେ ହଙ୍ଗାମା ହୋଇଥିବାରୁ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଆପ୍ ଓ ବିଜେପି ମଧ୍ୟରେ କନ୍ଦଳ ବଢିବାରୁ ନିର୍ବାଚନ ହୋଇପାରି ନଥିଲା । ଗତ ଡିସେମ୍ବର ୪ ତାରିଖରେ ମହାନଗର ନିଗମ ଭୋଟ ଅନୁଷ୍ଠିତ ହୋଇଥିବାବେଳେ ୭ ତାରିଖରେ ହୋଇଥିଲା ଗଣତି । ୨୫୦ ଆସନ ବିଶିଷ୍ଟ ନିଗମରେ ଆପ୍ ୧୩୪ଟି ଆସନ ହାସଲ କରିଥିବାବେଳେ ବିଜେପି ୧୦୪ଟି ଆସନ ପାଇଥିଲା । କଂଗ୍ରେସ ୯ଟିରେ ସନ୍ତୁଷ୍ଟ ହୋଇଥିଲା । ମେୟର ଲାଗି ଆପର ପ୍ରାର୍ଥୀ ଶେଲୀ ଓବରୟ ଥିବାବେଳେ ବିଜେପିର ପ୍ରାର୍ଥୀ ଅଛନ୍ତି ରେଖା ଗୁପ୍ତା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ