The Topmost

“The eyes believe themselves, the ears believe other people.”

ଚଳିତ ସାଧାରଣତନ୍ତ୍ର ଦିବସରେ ଟିକଟ ବୁକ କରିବା ବହୁତ ସହଜ

କେଇଟା ଦିନ ପରେ ଦେଶ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ରାଜପଥରେ ଭବ୍ୟ ପରେଡର ଆୟୋଜନ କରାଯାଉଛି । ଏହି ପରେଡର ସିଧାପ୍ରସାରଣ ମଧ୍ୟ ପ୍ରତିବର୍ଷ ଭଳି ହେବ । ଅନେକ ସଂଖ୍ୟାରେ ଲୋକେ ଏହି ପରେଡ ଦେଖିବା ପାଇଁ ରାଜପଥରେ ପହଞ୍ଚିଥାନ୍ତି । ଏହି ପରେଡକୁ ଦେଖିବା ପାଇଁ ଟିକଟର ଆବଶ୍ୟକତା ରହିଥାଏ । ଚଳିତ ଥର ସାଧାରଣତନ୍ତ୍ର ଦିବସର ସମାରୋହର ଟିକଟ ବୁକ କରିବା ବହୁତ ସହଜ ହୋଇଯାଇଛି । ଏଥିପାଇଁ ଆପଣଙ୍କୁ ଅନେକ ପରିଶ୍ରମ କରିବାର ଆବଶ୍ୟକତା ନାହିଁ । ଏଥିପାଇଁ କୌଣସି ଖାସ ସ୍ଥାନକୁ ଯାଇ ଟିକେଟ କିଣିବାକୁ ମଧ୍ୟ ପଡିବ ନାହିଁ । ଗଣତନ୍ତ୍ର ଦିବସର ନିମନ୍ତ୍ରଣ ଏବଂ ଟିକଟ ଚଳିତ ଥର ଅନଲାଇନରେ ଉପଲବ୍ଧ ହେଉଛି । ଆପଣ aamantran.mod.gov.inରେ କ୍ଲିକ କରି ନିଜର ବିବରଣୀ ଦେଇପାରିବେ ଏବଂ ଘରୁ ବସି ଟିକଟ ପାଇପାରିବେ ।

SHARE BY