ଚୀନରେ କରୋନା ସ୍ଥିତି ଭୟଙ୍କର । କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । କିନ୍ତୁ ଏହି ତଥ୍ୟକୁ ଲୁଚାଇ ଆସୁଥିବା ବେଳେ ଚୀନରେ କରୋନା ସ୍ଥିତି ନେଇ ବଡ ଖୁଲାସା ହୋଇଛି । ଚୀନରେ ଏବେ ସୁଦ୍ଧା ୮୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । କେବଳ ଏତିକି ନୁହେଁ ଗତ ଏକ ସପ୍ତାହରେ ୧୩ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଯାଇଛି । ଗତ ଡିସେମ୍ବର ମାସ ପ୍ରଥମ ସପ୍ତାହରେ କରୋନାକୁ ନେଇ ଲାଗୁ ହୋଇଥିବା ଜିରୋ କୋଭିଡ୍ ପଲିସିକୁ ହଟାଯାଇଥିଲା । କାହିଁକି ନା ଚୀନରେ କୋଭିଡ୍ ପଲିସିକୁ ନେଇ ବିରୋଧ ତେଜିବାରେ ଲାଗିଥିଲା । ଯାହାକୁ ନେଇ ଚୀନ୍ ସରକାର କୋଭିଡ ପଲିସି ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଚୀନରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ