The Topmost

“The eyes believe themselves, the ears believe other people.”

କୁସ୍ତି ମହାସଂଘର ବୈଠକ ରଦ୍ଦ

କୁସ୍ତି ମହାସଂଘ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନମୋଡକୁ ଆସିଛି ଖେଳ ମନ୍ତ୍ରଣାଳୟ । ଯାଂଚ ନିଷ୍ପତ୍ତି ଓ କମିଟି ଗଠନ ନେଇ ଘୋଷଣା ପରେ ପ୍ରଥମେ କୁସ୍ତି ମହାସଂଘର ସହ ସଂପାଦକ ବିନୋଦ ତୋମରଙ୍କୁ ନିଲମ୍ବିତ କରାଯାଇଛି । ଦ୍ବିତୀୟଟି ହେଉଛି ଗୋଣ୍ଡାରେ ଚାଲିଥିବା ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟକୁ ରଦ୍ଦ କରାଯାଇଛି । କେବଳ ସେତିକି ନୁହେଁ ଆଜି ଅଯୋଧ୍ୟାରେ ହେବାକୁ ଥିବା କୁସ୍ତିମହାସଂଘର ସାଧାରଣ କମିଟି ବୈଠକକୁ ବି ରଦ୍ଦ କରାଯାଇଛି । ଏବେ ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ବୈଠକ ହୋଇପାରିବ ନାହିଁ ବୋଲି କୁହାଯାଇଛି । ସେପଟେ ଖେଳ ମନ୍ତ୍ରଣାଳୟ ତରଫରୁ ଗୋଣ୍ଡା ଠାରେ ଚାଲିଥିବା ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ରଦ୍ଦ ହେବାରୁ ଅନ୍ୟ ରାଜ୍ୟରୁ ଆସିଥିବା ଖେଳାଳୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ସେମାନେ ମନ୍ତ୍ରଣାଳୟ ଉର୍ଦ୍ଦେଶ୍ୟରେ ଚିଠି ମଧ୍ୟ ଲେଖିଛନ୍ତି । ଏଥିରେ ସେମାନେ ଖେଳ ପୂର୍ବରୁ ଜମା କରିଥିବା ପ୍ରବେଶ ଦେୟ ଫେରସ୍ତ ଦେବାକୁ ଦାବି କରିଛନ୍ତି ।