କେନ୍ଦ୍ର ସରକାରଙ୍କ ଏୈତିହାସିକ ନିଷ୍ପତ୍ତି

ପ୍ରଥମ ଥର ପାଇଁ ଓଡିଆରେ ହେବ SSC ପରୀକ୍ଷା । ଏସ୍‌ଏସ୍‌ସି ଇଂରାଜୀ ଓ ହିନ୍ଦୀ ବ୍ୟତୀତ ପ୍ରଥମଥର ପାଇଁ ଓଡ଼ିଆ ଭାଷା ସମେତ ୧୩ଟି ଆଞ୍ଚଳିକ ଭାଷା ରେ ‘ମଲ୍ଟି-ଟାସ୍କିଂ ଷ୍ଟାଫ୍‌ ଏକ୍‌ଜାମିନେସନ୍‌-୨୦୨୨’ କରିବ । ଓଡ଼ିଆ ଭାଷା ସମେତ ଅନ୍ୟ ଆଞ୍ଚଳିକ ଭାଷାଗୁଡ଼ିକ ହେଲା- ଉର୍ଦ୍ଦୁ, ତାମିଲ, ମାଲୟାଲମ, ତେଲୁଗୁ, କନ୍ନଡ଼, ଅହମୀୟା, ବଙ୍ଗଳା, ଗୁଜରାଟୀ, କୋଙ୍କଣୀ, ମଣିପୁରୀ, ମରାଠୀ ଓ ପଂଜାବୀ । ଏସ୍‌ଏସ୍‌ସି ଦ୍ବାରା ଅନେକ ମନ୍ତ୍ରାଳୟ ଓ ବିଭାଗ ପାଇଁ ଗ୍ରୁପ-ବି ଏବଂ ଗ୍ରୁପ-ସି ପରୀକ୍ଷାଗୁଡ଼ିକର ଆୟୋଜନ କରାଯାଇଥାଏ । ଏସ୍‌ଏସ୍‌ସି ଦ୍ବାରା ମୁଖ୍ୟତଃ ଏହି ପରୀକ୍ଷାଗୁଡ଼ିକ ଇଂରାଜୀ ଓ ହିନ୍ଦୀ ଭାଷାରେ କରାଯାଇଥାଏ । କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଏହି ପଦକ୍ଷେପ ଚାକିରି ପ୍ରଦାନ କରିବାରେ ସମାନ ସୁଯୋଗ ଅବସର ସୃଷ୍ଟି କରିବ। ବିଭିନ୍ନ ରାଜ୍ୟର ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ଆଞ୍ଚଳିକ ଭାଷାରେ ପରୀକ୍ଷା କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଏକ ଏୗତିହାସିକ ନିଷ୍ପତ୍ତି ନିଆଯାଇଛି ।

SHARE BY