80 ପ୍ରତିଶତ ଜନତା ସଂକ୍ରମିତ

କୋଭିଡର ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି ଉତ୍ପତି ସ୍ଥଳ ଚୀନରେ । ୮୦% ଜନତା ଆକ୍ରାନ୍ତ ହୋଇଥିବାରୁ ଆଗାମୀ ଦୁଇତିନି ମାସ ଭିତରେ ଚୀନ୍‌ରେ କୋଭିଡ୍‌-୧୯ ସଂକ୍ରମିତ ହୋଇଛନ୍ତି । ପୂର୍ବାପେକ୍ଷା ଆହୁରି ଭୀଷଣ ହେବାର ସମ୍ଭାବନା ଥିବା କଥା ଜଣେ ସରକାରୀ ବୈଜ୍ଞାନିକ କହିଛନ୍ତି । ‘ଚୀନା ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ର ମୁଖ୍ୟ ମହାମାରୀବିତ୍‌ ତଥା ବୈଜ୍ଞାନିକ ୟୁ ଜୁନ୍‌ୟୁ ‘ୱେଇବୋ’ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ କହିଛନ୍ତି, ଚଳିତ ଚାନ୍ଦ୍ର ନବବର୍ଷ ଅବକାଶରେ ବ୍ୟାପକ ଜନଗମନାଗମନ ଏହି ମହାମାରୀ ବିସ୍ତାର କରି କେତେକ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି କରିପାରେ । କିନ୍ତୁ, ନିକଟ ଭବିଷ୍ୟତରେ ଦ୍ବିତୀୟ କୋଭିଡ୍‌ ଲହର୍‌ ଆସିବାର ସମ୍ଭାବନା ନାହିଁ ।

SHARE BY