The Topmost

“The eyes believe themselves, the ears believe other people.”

ଇନକୋଭାକ୍ ଲଞ୍ଚ କରିବ ଭାରତ ବାୟୋଟେକ୍

ଆସନ୍ତା ଜାନୁଆରୀ ୨୬ରେ ଲଞ୍ଚ ହେବ ଦେଶର କୋଭିଡ ନାଜାଲ ଟିକା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍‌ ନାଜାଲ ଟିକା INCOVACCକୁ ଲଞ୍ଚ କରିବ । ଏନେଇ କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି । ଭୋପାଲରେ ଇଣ୍ଡିଆନ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ସେ ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacIndକୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ । ସେ କହିଛନ୍ତି, “ଆମର ନାଜାଲ ଟିକା ବିଧିବଦ୍ଧ ଭାବେ ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରେ ଲଞ୍ଚ ହେବ। ଲୋକମାନେ ବେଶ ସହଜରରେ ଏହାକୁ ନେଇ ପାରିବେ । ଏହାର ବ୍ୟବହାର ପାଇଁ ଅନୁମତି ମିଳି ସାରିଛି ।”