ଭାରତୀୟ ନୌସେନାରେ ରାଜ୍ କରିବ ଆଇଏନଏସ୍ ବାଗିର । ଆସନ୍ତା ଜାନୁଆରୀ ୨୩ରେ ନୌସେନାରେ ସାମିଲ ହେବ ଆଇଏନଏସ୍ ବାଗିର । ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର ନୌସେନାରେ ସାମିଲ ହେବା ଲାଗି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଫ୍ରାନ୍ସର ମେସର୍ସ ନାଭାଲ ଗ୍ରୁପ ସହାୟତାରେ ମୁମ୍ବାଇ ସ୍ଥିତ ମାଜାଗାଁ ଡକ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ନିର୍ମିତ ଏହି ବୁଡ଼ାଜାହାଜ ବିଶ୍ବସ୍ତରୀୟ ଏବଂ ଭାରତୀୟ ପ୍ରତିରକ୍ଷାକୁ ଅଧିକ ଶକ୍ତିଶାଳୀ କରିବ । କାଲଭାରି ଶ୍ରେଣୀର ଏହି ସବମରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି । ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର । ଗତ କିଛିମାସ ତଳେ ଆଇଏନଏସ ବାଗିରର ହୋଇଥିବା ସମସ୍ତ ଟ୍ରାଏଲ ସଫଳ ହୋଇଥିଲା । ଏଥିରେ ଖଞ୍ଜାଯାଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଓ ସେନସର ଟ୍ରାଏଲ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇଥିଲା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ