୭୧ ହଜାର ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ସାରା ଦେଶରେ ୪୫ଟି ସ୍ଥାନରେ ଏହି ନିଯୁକ୍ତିପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଭୁବନେଶ୍ୱରରେ ମଧ୍ୟ ରୋଜଗାର ମେଳା ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତିପତ୍ର ବାଣ୍ଟିବେ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଏମାନଙ୍କୁ ନିଯୁକ୍ତି ମିଳିବ । ଏକ ବର୍ଷରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାର ଚାକିରି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ମେଳାର ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଅନୁସାରେ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗରେ ଖାଲି ଥିବା ଅନୁମୋଦିତ ପଦବୀ ପୂରଣ ଲାଗି ମିଶନ୍ ମୋଡରେ କାମ ହେଉଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍