February 13, 2026

ଧମାଲ କଲେ ଦିଶା ପଟାନୀ, ଗୁରୁ ରନ୍ଧାୱା

ରାଜଧାନୀରେ ଆରମ୍ଭ ହୋଇଛି ଡଟ ଫେଷ୍ଟ । ପ୍ରଦର୍ଶନୀ ପଡିଆରେ ଆୟୋଜିତ ଡଟ ଫେଷ୍ଟ ଉତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଫାଇଭ ଟି ସଚିବ ଭିକେ ପାଣ୍ଡିୟାନ, ବିଡିଏର ଭାଇସଚାନସେଲର ବଲବନ୍ତ ସିଂ, ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଉଦଘାଟନୀ ଉତ୍ସବରେ ଲୋକପ୍ରିୟ କଣ୍ଠଶିଳ୍ପୀ ଗୁରୁ ରନ୍ଧୱା ନିଜ ଗୀତର ଜଲୱାରେ ଦର୍ଶକଙ୍କୁ ଝୁମେଇଛନ୍ତି । ଚର୍ଚ୍ଚିତ ଗୀତ ‘ହାଏ ରେ ତେରା ନଖରା ତେରା ନି…’ ଗାଇ ଗାଇ ସେ ମଞ୍ଚକୁ ପ୍ରବେଶ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ଗୀତ ପରସି ଦେଇଥିଲେ ।  ପରେ ପରେ ଧୁମ୍‌ ମଚାଇଥିଲେ କୋରିଆନ୍‌ ଡାନ୍ସ ଗ୍ରୁପ୍‌ ‘ବ୍ଲାକ୍ ସ୍ବାନ୍‌’। ସେମାନେ ନୃତ୍ୟ ପରିବେଷଣ କରିଥିବା ପ୍ରାୟ ୫ଟି ଯାକ ଗୀତ ଇଂରାଜୀ ଥିଲା। ତେବେ ଏହି ଟିମ୍‌ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗାଇଲା ବେଳେ ଦର୍ଶକମାନେ ତାଳି ମାରିବା ସହ ମଞ୍ଚ ତଳେ ନାଚିବା ଆରମ୍ଭ କରିଦେଇଥିଲେ ।  ଆଉ ଜବରଦସ୍ତ ଡାନ୍ସ କରି ଲୋକଙ୍କ ମନୋରଞ୍ଜନ କରିଛନ୍ତି ବଲିଉଡ ଅଭିନେତ୍ରୀ ଦିଶା ପଟାନୀ । 

SHARE BY