ଅତ୍ୟଧିକ ଭିଡରୁ ଟି-ସେତୁରେ ଅଘଟଣ । ଅଣନିଃଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି । ମକର ସଂକ୍ରାନ୍ତିରେ ବାଙ୍କୀ ସିଂହନାଥ ପୀଠକୁ ଛୁଟିଆସିଥିଲେ ଲକ୍ଷଲକ୍ଷ ଲୋକ । ବ୍ରିଜ ଉପରେ ପ୍ରାୟ ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ସୃଷ୍ଟି କରିଥିଲା ଅଣନିଶ୍ବାସୀ ସ୍ଥିତି । ଗହଳି ଭିତରେ ଅଣନିଶ୍ବାସୀ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାଙ୍କୀ ପାଥପୁର ଗାଁର ଅଞ୍ଜନା ସ୍ବାଇଁ । ୨୦ଜଣ ଆହତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଆହତଙ୍କ ମଧ୍ୟରେ କେତେକ ଛୋଟ ପିଲାଥିବା ସୂଚନା ରହିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍