ରାଜସ୍ଥାନ ରାଜନୀତିରେ ହାଇଡ୍ରାମା । ସଚିନ୍ ପାଇଲଟଙ୍କୁ ପରବର୍ତ୍ତି ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି ୯୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବିଧାୟକମାନେ ଦଳର ନିଷ୍ପତିକୁ ବିରୋଧ କରି ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସିପି ଜୋଶୀଙ୍କୁ ଦେଇଥିବା ସୂଚନା ଦେଇଛନ୍ତି ବିଧାୟକ ପ୍ରତାପ ସିଂ । ଦଳ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବେଳେ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିବା ଓ ସେମାନଙ୍କ ସହ ଆଲୋଚନା କରିନଥିବା ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଛନ୍ତି । କହିଛନ୍ତି, ଅଶୋକ ଗେହଲୋଟ ଏକାସାଙ୍ଗରେ ପାର୍ଟି ଅଧ୍ୟକ୍ଷ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ସମ୍ଭାଳି ପାରିବେ । ଅଶୋକ ଗେହଲଟ ରାଜସ୍ଥାନରେ ବହୁ ଜନମଙ୍ଗଳକାରୀ ଯୋଜନା ପ୍ରଣୟଣ କରିଛନ୍ତି । ଆଉ ଏହା ହେଲେ, ଦଳ ପୁଣି ଥରେ ରାଜସ୍ଥାନରେ କ୍ଷମତାକୁ ଫେରିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ