The Topmost

“The eyes believe themselves, the ears believe other people.”

9 ବିରୋଧୀ ଦଳ ନେତାଙ୍କ ଅଭିଯୋଗ

ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି । ସେମାନଙ୍କ ନେତାମାନଙ୍କୁ ଫସାଇବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରାଯାଉଥିବା ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ଅଛନ୍ତି- ବିଆର୍‌ଏସ୍‌ ମୁଖ୍ୟ ଚନ୍ଦ୍ରଶେଖର ରାଓ, ଜେକେଏନ୍‌ସି ମୁଖ୍ୟ ଫାରୁକ ଅବଦୁଲ୍ଲା, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ ଉଦ୍ଧବ ଠାକରେ । ଏହି ନେତାମାନେ ଅଭିଯୋଗ କରିଛନ୍ତି ଯେ ୨୦୧୪ ପରଠାରୁ ସିବିଆଇ ଓ ଇଡି ଭଳି ତଦନ୍ତକାରୀ ସଂସ୍ଥା ଦ୍ୱାରା ଯେଉଁ ନେତାଙ୍କ ନାଁରେ ମାମଲା କରାଯାଇଛି ବା ଯେଉଁମାନଙ୍କୁ ଗିରଫ କରାଯାଇଛି ବା ଜେରା କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିରୋଧୀ ଦଳର । ଅନ୍ୟପକ୍ଷରେ ଯେଉଁ ନେତାମାନେ ବିଜେପିରେ ଯୋଗ ଦେଇଛନ୍ତି, ସେମାନଙ୍କ ନାଁରେ ମାମଲା ଥିଲେ ବି ତଦନ୍ତ ପ୍ରକ୍ରିୟାକୁ ଧିମା କରି ଦିଆଯାଉଛି ।