The Topmost

“The eyes believe themselves, the ears believe other people.”

77 ମୁସଲମାନ ଜାତି ହେଲେ ଓବିସି

ସୁପ୍ରିମକୋର୍ଟ ସୋମବାର ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ୭୭ ମୁସଲମାନ ଜାତିଙ୍କୁ ରିଜର୍ଭେସନ ଦିଆଯିବା ନିଷ୍ପତ୍ତି ଉପରେ ଜବାବ ତଲବ କରିଛନ୍ତି। କୋଲକାତା ହାଇକୋର୍ଟ ଗତ ମେ ମାସରେ ଦେଇଥିବା ରାୟରେ ଏହି ଜାତିଗୁଡିକୁ ଓବିସି ସୂଚୀରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ରାଜ୍ୟ ସରକାର ଏବେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି।

ତେବେ ମମତା ବାନାର୍ଜୀ ସରକାର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ୭୭ ଜାତିଙ୍କୁ ଓବିସିରେ ଉପଯୁକ୍ତ ସଂରକ୍ଷଣ ପ୍ରଦାନ କରିଥିବାର ତର୍କ କରିଛନ୍ତି। ହେଲେ ଏବେ ସୁପ୍ରିମକୋର୍ଟ ଏହି ଜାତିମାନଙ୍କୁ ଓବିସିରେ ଚିହ୍ନିତ କରିବାର ଆଧାର କଣ ବୋଲି ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ ଏହା ଉପରେ ମମତା ବାନାର୍ଜୀ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ବେଙ୍ଗଲ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଓକିଲ ଇନ୍ଦିରା ଜୟସିଂହ ମଣ୍ଡଳ କମିଶନଙ୍କ ସୁପାରିଶ ଆଧାରରେ ରାଜ୍ୟ ସରକାର ଏହି ସଂରକ୍ଷଣ ଦେଇଥିବା କହିଛନ୍ତି।

ପ୍ରଧାନ ବିଚାରପତି (ସିଜେଆଇ) ଡି.ୱା.ଚନ୍ଦ୍ରସୂଡଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିବା ବେଳେ ବେଙ୍ଗଲ ପଛୁଆ ବର୍ଗ ଆୟୋଗଙ୍କ ସହ ଚର୍ଚ୍ଚା ନ କରି ୭୭ ମୁସଲମାନ ଜାତିକୁ ରାଜ୍ୟ ସରକାର ଓବିସିରେ ସାମିଲ କରିଦେବା ଏକ ଗୁରୁତର ଘଟଣା ବୋଲି କହିଛନ୍ତି। ଏଥିରେ ଇନ୍ଦିରା ଜୟସିଂହ କହିଛନ୍ତି ଯେ ରାଜ୍ୟରେ ରିଜର୍ଭେସନ ଅଟକି ରହିଛି, କାରଣ ହାଇକୋର୍ଟ କହିଥିଲେ ଜାତିର ମାନ୍ୟତା ନିର୍ଦ୍ଧାରଣ ଆୟୋଗଙ୍କ କାମ, ରାଜ୍ୟ ସରକାରଙ୍କର ନୁହେଁ । ୧୯୯୩ରେ ଗଠିତ ଆୟୋଗ ଓ ୨୦୧୨ରେ ରାଜ୍ୟ ସରକାର ଆଣିଥିବା ଆଇନ ଆଧାରରେ ଜାତି ପ୍ରମାଣ ପତ୍ର ଜାରି କରିବା ଉଚିତ। ହେଲେ ବେଙ୍ଗଲରେ ସେପରି ହେଉ ନାହିଁ।