ରବିବାର ଦେଶ ପାଳନ କରୁଛି ୭୬ ତମ ଗଣତନ୍ତ୍ର ଦିବସ। ଏହି ଦିନକୁ ନେଇ ସବୁଠି ଆନନ୍ଦ, ଉତ୍ସାହ ଓ ଉଲ୍ଲାସ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତ ତାର ଶକ୍ତି ପ୍ରଦର୍ଶନ କରିବ । ଏହି ସମାରୋହରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋ ମୁଖ୍ୟ ଆତିଥି ଭାବେ ଯୋଗ ହେବେ । ପୂର୍ବାହ୍ନ ୧୦ଟା ୩୦ରେ ପରେଡ ଆରମ୍ଭ ହେବ। ପାଖାପାଖି ୯୦ ମିନିଟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।
ସେହିପରି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହୋଇଛି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି । ଜୟହିନ୍ଦ ଓ ଧ୍ବନିରେ ପ୍ରକମ୍ପିତ ହେବ ରାଜଧାନୀ ମହାତ୍ମାଗାନ୍ଧୀ ମାର୍ଗ ।
୨୬ ଜାନୁଆରୀ ଦେଶ ଇତିହାସରେ ବହୁତ ଗୁରୁତ୍ବପୂର୍ଣ୍ଣ । ଏହି ଦିନ ଭାରତକୁ ତାର ସମ୍ବିଧାନ ମିଳିଥିଲା । ୧୯୫୦ ମସିହା ଆଜିର ଦିନରେ ସମ୍ବିଧାନ ଲାଗୁ ହୋଇଥିଲା। ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିଲା । ସେବେଠୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛି ଭାରତ।
More Stories
ଆଇଆଇଟିରେ ପଢୁଛନ୍ତି କଳିଯୁଗ କୃଷ୍ଣ
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା