The Topmost

“The eyes believe themselves, the ears believe other people.”

ନିଯୁକ୍ତି ପାଇବେ ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ

ଚାକିରି କରିବା ପାଇଁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ଏସଆଣ୍ଡଏମଇ ବିଭାଗ ଅଧିନରେ ନିଯୁକ୍ତି ପାଇବେ ପ୍ରାୟ ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ । ଯାହାକୁ ନେଇ ଆସିଛି ବଡ଼ ଅପଡେଟ୍ । ଚଳିତ ମାସରେ ଏହି ନିଯୁକ୍ତିକୁ ନେଇ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ପ୍ରକାଶ ପାଇଛି ସମ୍ପୂର୍ଣ୍ଣ ବିଜ୍ଞପ୍ତି ।

କହିରଖୁ, ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ, ଅକ୍ଟୋବର ୩୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣା ପଡିଛି । ଏହି ଆବେଦନର ଶେଷ ତାରିଖ ରହିଛି ନଭେମ୍ବର ୨୯ ତାରିଖ ।


ସେହିପରି ଅକ୍ଟୋବର ୩୦ରୁ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ ଓ ଫର୍ମ ସଂଶୋଧନ ଆରମ୍ଭ ହୋଇ ଯଥାକ୍ରମେ ଡିସେମ୍ବର ୨ ଓ ୪ ତାରିଖରେ ସମାପ୍ତ ହେବ । ଗ୍ରୁପ-ବି ଓ ଗ୍ରୁପ-ସି ପଦ ତଥା ସେବାରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣା ପଡିଛି । ପ୍ରାର୍ଥୀଙ୍କୁ ଟିଜିଟି କଳା, ଟିଜିସି ବିଜ୍ଞାନ ପିସିଏମ, ଟିଜିଟି ବିଜ୍ଞାନ ସିବିଜେଡ, ହିନ୍ଦି ଶିକ୍ଷକ, ସଂସ୍କୃତ ଶିକ୍ଷକ, ତେଲୁଗୁ ଶିକ୍ଷକ, ଊର୍ଦୁ ଶିକ୍ଷକ ଓ ପିଇଟି ପଦରେ ନିଯୁକ୍ତି ଦିଆଯିବ ।
ଅଣସଂରଣିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ହୋଇ ରହିଛି ।

ପ୍ରକାଶଥାଉ ଯେ, ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ ଯାଞ୍ଚ ଆଦି ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସେଥିପାଇଁ ଆଶାୟୀ ଏହି ସୁବର୍ଣ୍ଣ ସୁଯୋଗର ଫାଇଦା ନେବା ପାଇଁ ପ୍ରୟାସ କରିବାର ଆବଶ୍ଯକତା ରହିଛି ।