5T ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରକୁ କାଳିମାଡ଼ ହୋଇଛି । ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଏହି ଯୁବକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାକୁ ଗିରଫ କରିନେଇଛି । ପୋଲିସ ଏହା ନକରିଥିଲେ ସେଠାରେ ଥିବା ଉତ୍ତ୍ୟକ୍ତ ଲୋକ ଆଇନକୁ ହାତକୁ ନେଇଥାନ୍ତେ । ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହିପାରୁ ନାହାନ୍ତି । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ମଧ୍ୟ କୁହାଯାଉଛି । ଯିଏ ବିକାଶ କାମରେ ବାହାରିଛି ତା ପାଇଁ ଏସବୁର କିଛି ଅର୍ଥ ନଥାଏ । ଫାଇଭ-ଟି ସଚିବ ଆଜି ପ୍ରମାଣିତ କରିଦେଇଛନ୍ତି, ଅଣ୍ଡାମାଡ କର, କଳାପତାକା ଦେଖାଅ କି କାଳିମାଡ଼ କର । ଲୋକଙ୍କ କାମ କରିବ ଲୋକାଭିମୂଖୀ ସରକାର, ଆଉ ଜନତାଙ୍କ ପାଖରେ ପହଞ୍ଚିବ ଉତ୍ତରଦାୟୀ ପ୍ରଶାସନ । କାହିଁକି ନା ଓଡ଼ିଶାବାସୀଙ୍କ ସେବା କରିବାର ସଂକଳ୍ପ ନେଇଛି ମୋ ସରକାର । ଯେତେବେଳେ ଭଲ କାମ ହୁଏ, ଲୋକଙ୍କ ବିକାଶ ହୁଏ ସେତେବେଳେ ଅନେକ ବିକାଶ ବିରୋଧୀଙ୍କ ଅସହିଷ୍ଣୁତା ଶୀର୍ଷରେ ପହଞ୍ଚିଥାଏ । ଯାହାକି ପୁରୀ ଜିଲ୍ଲା ସତ୍ୟବାଦୀରେ ପରିଲକ୍ଷିତ ହୋଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା