The Topmost

“The eyes believe themselves, the ears believe other people.”

5T ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

5T ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରକୁ କାଳିମାଡ଼ ହୋଇଛି । ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଏହି ଯୁବକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାକୁ ଗିରଫ କରିନେଇଛି  । ପୋଲିସ ଏହା ନକରିଥିଲେ ସେଠାରେ ଥିବା ଉତ୍ତ୍ୟକ୍ତ ଲୋକ ଆଇନକୁ ହାତକୁ ନେଇଥାନ୍ତେ । ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହିପାରୁ ନାହାନ୍ତି । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  । ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ମଧ୍ୟ କୁହାଯାଉଛି  । ଯିଏ ବିକାଶ କାମରେ ବାହାରିଛି ତା ପାଇଁ ଏସବୁର କିଛି ଅର୍ଥ ନଥାଏ । ଫାଇଭ-ଟି ସଚିବ ଆଜି ପ୍ରମାଣିତ କରିଦେଇଛନ୍ତି, ଅଣ୍ଡାମାଡ କର, କଳାପତାକା ଦେଖାଅ କି କାଳିମାଡ଼ କର । ଲୋକଙ୍କ କାମ କରିବ ଲୋକାଭିମୂଖୀ ସରକାର, ଆଉ ଜନତାଙ୍କ ପାଖରେ ପହଞ୍ଚିବ ଉତ୍ତରଦାୟୀ ପ୍ରଶାସନ । କାହିଁକି ନା ଓଡ଼ିଶାବାସୀଙ୍କ ସେବା କରିବାର ସଂକଳ୍ପ ନେଇଛି ମୋ ସରକାର । ଯେତେବେଳେ ଭଲ କାମ ହୁଏ, ଲୋକଙ୍କ ବିକାଶ ହୁଏ ସେତେବେଳେ ଅନେକ ବିକାଶ ବିରୋଧୀଙ୍କ ଅସହିଷ୍ଣୁତା ଶୀର୍ଷରେ ପହଞ୍ଚିଥାଏ । ଯାହାକି ପୁରୀ ଜିଲ୍ଲା ସତ୍ୟବାଦୀରେ ପରିଲକ୍ଷିତ ହୋଇଛି ।

SHARE BY