ରାସ୍ତାରେ ଅଳିଆ ପଡିବା ପରେ ଆକ୍ସନ ମୋଡରେ ବିଏମସି କମିଶନର । ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀ ସଂଘ ସହ ବୈଠକ ଡାକିଛନ୍ତି କମିଶନର । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅଳିଆ ପୃଥକୀକରଣ ନକଲେ ୫ ଶହ ଗଣିବେ ଫାଇନ । ୧ ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । ଭୁବନେଶ୍ବର ୧ ନମ୍ବର ହାଟରେ କୁଢ କୁଢ ଅଳିଆ ପଡୁଥିବାବେଳେ ଡଷ୍ଟବିନ ବ୍ୟବହାର କରୁନଥିବାରୁ ଉଠୁନି ଅଳିଆ । ବିଏମସିର ନିର୍ଦ୍ଦେଶକୁ ମାନୁନାହାନ୍ତି ବ୍ୟବସାୟୀ । ଓଦା ଓ ଶୁଖିଲା ଅଳିଆ ଅଲଗା ରଖିବାକୁ ନିର୍ଦ୍ଦେଶ ହୋଇଛି । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ