The Topmost

“The eyes believe themselves, the ears believe other people.”

ମାତ୍ର 13 ଦିନରେ 500 କୋଟି

ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁର ଷ୍ଟାରଙ୍କ ଲାଟେଷ୍ଟ ରିଲିଜ ଫିଲ୍ମ ‘ସ୍ତ୍ରୀ୨’ ବକ୍ସ ଅଫିସରେ ଧମାଲ କରୁଛି। ଏହି ହରର କମେଡି ଫିଲ୍ମ ପ୍ରତିଦିନ କୋଟି କୋଟି ଟଙ୍କା ଛାପିବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରୁଛି। ଯେଉଁଠାରେ ଏହି ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ୨୦୨୪ର ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇଛି, ସହେିପରି ୧୩ତମ ଦିନ ଫିଲ୍ମ ଭାରତୀୟ ସିନେମାର ସବୁଠାରୁ ଅଧିକ ରୋଜଗାର କରିଥିବା ଟପ ୧୦ ଫିଲ୍ମର ତାଲିକାରେ ପହଞ୍ଚିସାରିଛି।

‘ସ୍ତ୍ରୀ୨’ ଧମାଲ କରି ବଡ଼ ଷ୍ଟାର କାଷ୍ଟ ଫିଲ୍ମକୁ ପଛରେ ପକାଇସାରିଛି। ରିଲିଜର ପୂର୍ବଦିନ ଏହି ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିସାରିଥିଲା ଏବଂ ସେବେଠାରୁ ନେଇ ଏପର୍ଯ୍ୟନ୍ତ ଦର୍ଶକଙ୍କ ମଧ୍ୟରେ କ୍ରେଜ ଲାଗିରହିଛି। ତେବେ ଫିଲ୍ମର କଲେକ୍ସନ କଥା କହିବାକୁ ଗଲେ ପ୍ରଥମ ସପ୍ତାହରେ ୨.୯୧ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଦ୍ୱିତୀୟ ସପ୍ତାହରେ ଏହି ଫିଲ୍ମ ୧୭ କୋଟି ରୋଜଗାର କରିଥିଲା, ସେହିପରି ଦ୍ୱିତୀୟ ଶନିବାର ଦିନ ୩୩ କୋଟି, ଦ୍ୱିତୀୟ ରବିବାର ଦିନ ୪୨.୪ କୋଟି, ଦ୍ୱିତୀୟ ସୋମବାର ୧୮.୫ କୋଟି, ଦ୍ୱିତୀୟ ମଙ୍ଗଳବାର ଦିନ ୧୧.୭୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ରିଲିଜର ୧୪ ଦିନ ୯.୨୫ କୋଟି ଟଙ୍କା କଲେକ୍ସନ କରିଛି। ଏଥିସହ ‘ସ୍ତ୍ରୀ୨’ ୧୪ଦିନ ସମୁଦାୟ ୪୨୪.୦୫ କୋଟି ଟଙ୍କା ରୋଜଗାର କରିଛି।

୨୦୧୫ରେ ରିଲିଜ ହୋଥିବା ‘ବାହୁବଳୀ’ର ରେକର୍ଡକୁ ସ୍ତ୍ରୀ୨ ଫିଲ୍ମ ଭାଙ୍ଗିଛି। ବାହୁବଳୀର ଭାରତରେ ଲାଇଫଟାଇମ କଲେକ୍ସନ ୪୨୧ କୋଟି ଟଙ୍କା ଥିଲା। ଏଥିସହ ‘ସ୍ତ୍ରୀ୨’ ଇଣ୍ଡିଆନ ସିନେମାର ସବୁଠାରୁ ଅଧିକ ରୋଜଗାର କରୁଥିବା ଟପ ୧୦ ଫିଲ୍ମର ଲିଷ୍ଟରେ ୯ମ ସ୍ଥାନ ଅଧିକାର କରିଛି। ତେବେ ସ୍ତ୍ରୀ୨ର ଘରୋଇ ବଜାରରେ ୫୦୦ କୋଟି ଟଙ୍କା ପାର କରିଛି।