The Topmost

“The eyes believe themselves, the ears believe other people.”

ବିଧାନସଭା ଟିକେଟ ପାଇଁ ଦେବାକୁ ପଡିବ ୫୦ ହଜାର

ଚଳିତ ବର୍ଷ ଶେଷ ଆଡକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସର ତେଲେଙ୍ଗାନା ୟୁନିଟ୍ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦଳ ତରଫରୁ ଟିକେଟ ଆଶାୟୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଉଛି । ଏନେଇ ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

କଂଗ୍ରେସର କର୍ଣ୍ଣାଟକ ୟୁନିଟ୍ ଭଳି ତେଲେଙ୍ଗାନା ୟୁନିଟ ତରଫରୁ ଆଶାୟୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗଙ୍କ ଠାରୁ ଆବେଦନ ପାଇଁ ୨୫ ହଜାର ଟଙ୍କା ଓ ସାଧାରଣ ବର୍ଗର ଆଶାୟୀଙ୍କ ଠାରୁ ୫୦ ହଜାର ଟଙ୍କା ଶୁଳ୍କ ନେବ ବୋଲି କୁହାଯାଉଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କଂଗ୍ରେସ ୟୁନିଟ୍ ସାଧାରଣ ବର୍ଗର ଆଶାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଓ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ଆଶାୟୀଙ୍କ ଠାରୁ ୧ଲକ୍ଷ ଟଙ୍କା ଲେଖାଏଁ ଶୁଳ୍କ ନିଆଯାଇଥିଲା ।

ତେଲେଙ୍ଗାନା କଂଗ୍ରେସ ୟୁନିଟର ଜଣେ ସଦସ୍ୟ ମହେଶ କୁମାର ଗୌଡ କହିଛନ୍ତି କି, ଟିକେଟ ଆଶାୟୀଙ୍କ ଚୟନ ନେଇ ପୂର୍ବ ଉପ ମୁଖ୍ୟମନ୍ତ୍ରୀ ଦାମୋଦର ରାଜା ନରସିହ୍ମାଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ସଦ୍ୟସ୍ୟତା ଉପ କମିଟି ଗଠନ କରାଯାଇଛି । ମହେଶ କୁମାର ଗୌଡ ଏବେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ମହେଶ କୁମାର ଗୌଡଙ୍କ କହିବା କଥା ଆଶାୟୀ ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ୨୫ ହଜାର କିମ୍ବା ୫୦ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଜମା କରିବାକୁ ପଡିବ ।

SHARE BY