ଆଜିଠାରୁ ତିନି ଦିନ ଯାଏ ଆରବିଆଇର ମୁଦ୍ରା ନୀତି କମିଟି ବୈଠକ ଆରମ୍ଭ ହେବ । ଆସନ୍ତା ୩୦ରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ । ମୁଦ୍ରା ନୀତି କମିଟି ରେପୋ ରେଟରେ ୫୦ ବେସିସ ପଏଣ୍ଟ ବଢାଇବାକୁ ନିଷ୍ପତ୍ତି ନେବାର ଅଧିକ ସମ୍ଭାବନା ରହିଛି । ରେପୋ ରେଟରୁ ୫.୪୦ ପ୍ରତିଶତରୁ ବଢାଇ ୫.୯୦ ପ୍ରତିଶତ କରାଯାଇପାରେ । ଯଦି ଏପରି ହୁଏ ତେବେ ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ ହେବ । ଲୋକଙ୍କ ଇଏମଆଇ ପୁଣି ମହଙ୍ଗା ହେବ । ଅଗଷ୍ଟ ମାସରେ ମୁଦ୍ରାସ୍ଫୀତି ୭ ପ୍ରତିଶତ ଥିଲା । ଆରବିଆଇର ଧାର୍ଯ୍ୟ ସ୍ତର ୬ ପ୍ରତିଶତଠାରୁ ଏହା ଅଧିକ । ଆରବିଆଇ ଲଗାତାର ଚତୁର୍ଥ ଥର ପାଇଁ ମୁଦ୍ରା ନୀତି ବୈଠକରେ ରେପୋ ରେଟରେ ବୃଦ୍ଧି କରିପାରେ । ଆରବିଆଇ ରେପୋ ରେଟ ବଢ଼ିବା ପରେ ବ୍ୟାଙ୍କ ଋଣ ଅଧିକ ହେବ, ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ । ରେପୋ ରେଟ ବଢ଼ିବା ପରେ ହୋମ ଲୋନ୍, କାର ଲୋନ୍ ଏବଂ ବିଜନେସ ଲୋନ୍ ମହଙ୍ଗା ହେବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ