ପ୍ରବାସୀଙ୍କୁ ଓଡିଶା ବିକାଶର କଥା କହିଲେ 5-ଟି ସଚିବ ଭି.କେ ପାଣ୍ଡିଆନ୍ । ବିଗତ ୨୦ ବର୍ଷରେ ଓଡ଼ିଶାର ଅଦ୍ଭୁତପୂର୍ବ ବିକାଶ ସହ ରାଜ୍ୟ ସରକାରଙ୍କ ଭିଜନ ସମ୍ପର୍କରେ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରାଇଛନ୍ତି । ଏହାସହ ସ୍କୁଲ ରୂପାନ୍ତରଣର କାହାଣୀ ପ୍ରବାସୀଙ୍କୁ କହିଲେ ପାଣ୍ଡିଆନ । ରାଜ୍ୟର ୭୦ ପ୍ରତିଶତ ଲୋକ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି । ସେମାନଙ୍କ ବିକାଶ ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପ୍ରକାଶ କରିବାକୁ ସ୍କୁଲ ରୂପାନ୍ତରଣ କରି ପିଲାଙ୍କୁ ହାଇଟେକ୍ ଶିକ୍ଷା ଦିଆଯାଉଛି । ପିଲାଙ୍କ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି 5T ସଚିବ । ଏବେସୁଦ୍ଧା ୪ ହଜାର ୫୦୦ ହାଇସ୍କୁଲର ରୂପାନ୍ତର ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ ଜଣାଇଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା