5ଜି କୁ ନେଇ ଆଇଟି ମନ୍ତ୍ରୀଙ୍କ ବଡ ଘୋଷଣା । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଦୂରସଂଚାର କମ୍ପାନି ଗୁଡିକ ଏହି ଦିଗରେ କାମ କରୁଛନ୍ତି ଏବଂ ଟେକନିକ୍ ଇନଷ୍ଟଲେସନ ଉପରେ ଜୋର ଦିଆଯାଉଛି । ଅକ୍ଟୋବର ୧୨ ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହାପରେ ସାରା ଦେଶରେ ଏହାର ବିସ୍ତାର କରାଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଆମେ ଆଶା ରଖିଛୁ ଯେ, ଆସନ୍ତା ଦୁଇରୁ ତିନି ବର୍ଷରେ 5G ଦେଶର ପ୍ରତିଟି ସ୍ଥାନରେ ପହଞ୍ଚ ପାରିବ । ଏହାସହ ଏହି ସେବା ସୁଲଭ ରହିବା ନେଇ ମଧ୍ୟ ତାହା ଉପରେ ସୁନିଶ୍ଚିତ କରୁଛୁ । 5G ସେବା ବିସ୍ତାର ପାଇଁ ଉଭୟ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀତ କରାଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ