The Topmost

“The eyes believe themselves, the ears believe other people.”

୪୦୦ କୋଟି କ୍ଲବରେ ସାମିଲ ହେଲା ‘ଜୱାନ’ !

ବକ୍ସ ଅଫିସରେ ରୋଜଗାର ମାମଲାରେ ଜୱାନ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ସିନେମାଟି ରିଲିଜ ହେବାର ୮ ଦିନ ମଧ୍ୟରେ ସାରା ପୃଥିବୀରୁ ୭ଶହ କୋଟି ଟଙ୍କା ରୋଜଗାର କରିଛି । କେବଳ ସେତିକି ନୁହେଁ ଘରୋଇ ବକ୍ସ ଅଫିସରେ ସିନେମାଟି ୪୦୦ କୋଟି କ୍ଲବରେ ସାମିଲ ମଧ୍ୟ ହୋଇଛି । ସେପ୍ଟେମ୍ବର ୭ ତାରିଖରେ ରିଲିଜ ହୋଇଥିବା ଜୱାନ ୧୪ ତାରିଖକୁ ଗୋଟିଏ ସପ୍ତାହ ପୂରଣ କରିଛି । ରିଲିଜ ହେବାର ପ୍ରଥମଦିନରୁ ସିନେମାକୁ ସଫଳତା ମିଳିଚାଲିଛି । ରିଲିଜ ହେବାର ପ୍ରଥମ ସପ୍ତାହରେ ୩୮୯.୮୮ କୋଟି କଲେକସନ କରିଥିଲା । ଯଦି ଆମେ ଦେଖିବା କେବଳ ହିନ୍ଦୀ ଭର୍ସନରୁ ୩୪୭ କୋଟି, ତାମିଲ ଭର୍ସନରୁ ୨୩.୮୬ କୋଟି, ତେଲୁଗୁ ଭର୍ସନରୁ ୧୮.୪ କୋଟି ଟଙ୍କା କଲେକସନ କରିଛି । ଯଦି ସାରା ବିଶ୍ୱ କଥା ଦେଖିବା ତେବେ ଶାହାରୁଖ ଖାନଙ୍କ ପତ୍ନୀ ଗୌରୀଙ୍କ ପ୍ରଡକ୍ସନ ହାଉସ ରେଡ ଚଲିଜର ବ୍ୟାନରରେ ନିର୍ମିତ ହୋଇଥିବା ଏହି ସିନେମାର ଦୈନିକ ରୋଜଗାର ପ୍ରଡକ୍ସନ ହାଉସ ତରଫରୁ ଜାରି କରାଯାଉଛି । ତାଜା ସୂଚନା ମୁତାବକ ଜୱାନ ସାରା ବିଶ୍ୱରୁ ଏପର୍ଯ୍ୟନ୍ତ ୬୯୬ କୋଟି ଟଙ୍କା ରୋଜଗାର କରିଛି ।