The Topmost

“The eyes believe themselves, the ears believe other people.”

ନବରଙ୍ଗପୁରରୁ ବାହାରିଲେ 4 ଓଏଏସ୍

ଏଥର ଓଏଏସ୍ ପରୀକ୍ଷାରେ ନବରଙ୍ଗପୁର ଭଳି ପଛୁଆ ଜିଲ୍ଲାରୁ ଜଣେ କି ଦୁଇ ଜଣ ନୁହେଁ ଏକା ଥରେ ୪ଜଣ ଓଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତର ପିଇଓ ସତ୍ୟଜିତ ଗାହାଣ । ସତ୍ୟଜିତ ୧୮୬ ରାଙ୍କ ରଖି ରଖି ସଫଳତା ପାଇଛନ୍ତି ।

ସେଭଳି ରାଇଘର ବ୍ଲକ କାନାହାଣ୍ଡି ଗାଁର ଗୋଟିଏ ପରିବାରର ଦୁଇ ଶିକ୍ଷୟିତ୍ରୀଙ୍କ ଦୁଇ ଝିଅ ଓଏଏସ୍ ପାଇଛନ୍ତି। ସେମାନେ ହେଲେ ଶିକ୍ଷୟିତ୍ରୀ ମା ରାମସୁଲା ଗଣ୍ଡ ଓ ବାପା ଶିକ୍ଷକ ସିୟାରାମ ଗଣ୍ଡଙ୍କ ଝିଅ ଗୀତାଞ୍ଜଳି ଗଣ୍ଡ ୬୬୯ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେହିଭଳି ଶିକ୍ଷୟିତ୍ରୀ ସୁନାଦେବୀ ଗଣ୍ଡ ଓ (ଗୁଇନ୍ଦା ବିଭାଗର ଏଏସଆଇ) ବାପା ଲକ୍ଷ୍ମୀକାନ୍ତ ଗଣ୍ଡଙ୍କ ଝିଅ ମଧୁସ୍ମିତା ଗଣ୍ଡ ୫୮୨ ରାଙ୍କ ରଖି ସଫଳ ହୋଇଛନ୍ତି । ସେହିଭଳି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ଏ. ଧନଞ୍ଜୟ ରାଓ ୫୦୮ ରାଙ୍କ ରଖି ସଫଳତା ହାସଲ କରିଛନ୍ତି ।