କେନ୍ଦୁଝର ଜିଲ୍ଲାରେ ବ୍ୟାପୁଛି ସ୍କର୍ବ ଟାଇଫୋର୍ସ ରୋଗ । ୮୮୭ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୩୩୪ ଜଣଙ୍କର ପଜିଟିଭ୍ ଆସିଥିବା କେନ୍ଦୁଝର ସିଡିଏମଓ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡିକାଲରେ ୧୫ରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଯୋଡ଼ା, ତେଲକୋଇ, ହରିଚନ୍ଦନପୁର ଅଞ୍ଚଳରେ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଗତକାଲି ସ୍କ୍ରବ୍ ଟାଇଫସ ଓ ଲେପଟୋସ୍ପାଇରୋସିଶ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତ DPHLରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ । ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନତା ପାଇଁ ପଦକ୍ଷେପ ନିଆଯିବ । ସବୁଠି ସର୍ଭେଲାନସ ବୃଦ୍ଧି କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ ରହିଛି । ମୃତଦେହ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି