The Topmost

“The eyes believe themselves, the ears believe other people.”

ଆଗାମୀ ନିର୍ବାଚନରେ କେମିତି ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦେବ ବିଜେଡି ?

ମହିଳା ଭୋଟ୍ ନମିଳିଲେ ନିର୍ବାଚନ ଜିତିହେବ ନାହିଁ । ଏକଥା ଉଣା ଅଧିକେ ବୁଝିଛନ୍ତି ରାଜନୈତିକ ଦଳ । ବିଜେଡି ବାରମ୍ବାର ୩୩ ପ୍ରତିଶତ ମହିଳା ଆସନ କଥା କହି ରାଜନୀତିରେ ମହିଳାଙ୍କ ଭାଗିଦାରୀକୁ ପ୍ରମାଣ କରି ଆସିଛି । ୨୪ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ୩୩ ପ୍ରତିଶତ ସିଟ୍ ଫର୍ମୁଲା କଥା କହି ଆସୁଛି ବିଜେଡି । କିଏ ପାଇବ କେଉଁ ଆସନ ଏହାକୁ ନେଇ ସମୀକରଣ ନଛିଣ୍ଡୁଥିବା ଚର୍ଚ୍ଚା ସାମ୍ନାକୁ ଆସିଛି । ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେଇ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନରେ ବି ୨୧ ଆସନରୁ ୭ ମହିଳା ପ୍ରାର୍ଥୀ ଦେବା ପାଇଁ ଚୂଡାନ୍ତ ହୋଇସାରିଛି । ଏପରିକି କିଏ କେଉଁ ଜାଗାରେ ପ୍ରାର୍ଥୀ ହେବେ ତାର ନିଷ୍ପତି ମଧ୍ୟ ନବୀନ ନେଇ ସାରିଥିବା କୁହାଯାଉଛି । ସବୁବେଳେ ମହିଳା ସଶକ୍ତିକରଣର ବାର୍ତା ଦେଉଥିବା ବିଜେଡି, ଚଳିତ ନିର୍ବାଚନରେ ବିଧାନସଭା ଆସନ ପାଇଁ ୩୩ ପ୍ରତିଶତ ଅର୍ଥାତ ୧୪୭ଟି ଆସନରୁ ୪୯ଟିରେ ମହିଳା ପ୍ରାର୍ଥୀ ଦେବ କି । ଯାହାକୁ ନେଇ କ୍ଷମତା କେନ୍ଦ୍ର ଜୋରଦାର କସରତ କରୁଥିବା କୁହାଯାଉଛି । ଯଦି ୪୯ ସିଟରେ ମହିଳା ପ୍ରାର୍ଥୀ ଦେବା ସମ୍ଭବ ନହୁଏ ତେବେ ବିଜେଡି ବିକଳ୍ପ ରଣନୀତି ମଧ୍ୟ ପ୍ରସ୍ତୁତ କରୁଥିବା କୁହାଯାଉଛି । ବିଜେଡି ମହଲରେ ଏପରି ଚର୍ଚ୍ଚା ହେଉଛି, ଯଦି ୪୯ଟି ଆସନରେ ମହିଳା ପ୍ରାର୍ଥୀ ଦେବା ସମ୍ଭବ ନହୁଏ ତେବେ ପ୍ରତ୍ୟେକ ଜିଲ୍ଲାରୁ ମହିଳା ପ୍ରତିନିଧିତ୍ୱଙ୍କୁ ସୁଯୋଗ ଦିଆଯାଇପାରେ ଅର୍ଥାତ ୩୦ଜିଲ୍ଲାର ୩୦ଟି ବିଧାନସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ଦଳ ।

SHARE BY