ଆହୁରି ୩ ଦିନ ପ୍ରବଳ ବର୍ଷିବ । ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ବିକ୍ଷିପ୍ତ ବର୍ଷା ଜାରି ରହିଛି। ଆଜିଠୁ କମିବ ବର୍ଷାର ବିସ୍ତୃତି । ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର- ପଶ୍ଚିମଉତ୍ତର ଦିଗରେ ଗତି କରିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ କରିଛି । ଏହା ସହ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ପ୍ରଭାବରେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁରରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୨୯ତାରିଖରେ ୩ ଜିଲ୍ଲା ଓ ୩୦ରେ ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଲଘୁଚାପ ବର୍ଷା ସତ୍ତ୍ବେ ରାଜ୍ୟରେ ୮ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ମୌସୁମୀ ଋତୁରେ ଏଯାଏ ରାଜ୍ୟରେ ୪୬୧.୩ ମିମି ବର୍ଷା ହୋଇଥିବା ବେଳେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୫୦୧. ୬ ମିମି । ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୪ଟି ଜିଲ୍ଲାରେ ଅଧିକ, ୧୪ଟି ଜିଲ୍ଲାରେ ସ୍ବାଭାବିକ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଆଉ ୪ ଦିନ ପ୍ରବଳ ବର୍ଷିବ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା