ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । 24 ମହା ଲଢେଇରେ ବିଜୟ ସହ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା । 29 ଏବଂ 30 ତାରିଖ ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ନଡ୍ଡା । ଜେପି ନଡ୍ଡାଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିବ ବିଜେପି । ସେଠାରୁ ବିରାଟ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟ କାର୍ଯ୍ୟାଳୟକୁ ଆସିବେ । ବାଇକ ରାଲି ମାଧ୍ୟମରେ ହଜାର ହଜାର କର୍ମୀ ନଡ୍ଡାଙ୍କୁ ପାଛୋଟି ଆଣିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟାଳୟରେ ଦଳ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ସିଧା ସଳଖ ଜନତା ମଇଦାନରେ ହେବାକୁ ଥିବା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପହଞ୍ଚିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ପ୍ରତ୍ୟେକ ପଞ୍ଚାୟତ ଶକ୍ତି କେନ୍ଦ୍ରରୁ ଆସିଥିବା ପ୍ରମୁଖ କର୍ମକର୍ତ୍ତାଙ୍କୁ ସମ୍ବୋଧିତ ଦେବେ ନଡ୍ଡା । ଏହାପରେ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକରେ ମଧ୍ୟ ଯୋଗଦେବେ ।
“The eyes believe themselves, the ears believe other people.”
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ