ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରଟଠାରେ ୨୯ ଶହ କୋଟି ଟଙ୍କାର ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଭାବନଗରରେ ବିଶ୍ୱର ପ୍ରଥମ ସିଏନ୍ଜି ଟର୍ମିନାଲ ଓ ବ୍ରାଉନ ଫିଲ୍ଡ ବନ୍ଦରର ଶିଳାନ୍ୟାସ କରିବେ। ସନ୍ଧ୍ୟା 7ଟା ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୩୬ତମ ଜାତୀୟ କ୍ରୀଡାକୁ ଉଦ୍ଘାଟନ କରିବେ ଓ ପରେ ଜିଏମଡିସି ପଡିଆରେ ନବରାତ୍ରୀ ଉତ୍ସବରେ ଯୋଗଦେବେ । ଅନ୍ୟପଟେ ଗାନ୍ଧିନଗର ଷ୍ଟେସନରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବା ସହ ସେହି ଟ୍ରେନରେ ସେଠାରୁ କାଳୁପୁରୁ ରେଳଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ଅହମ୍ମହଦାବାଦ ମେଟ୍ରୋ ରେଳପ୍ରକଳ୍ପ ଚଳାଚଳ ଶୁଭାରମ୍ଭ କରିବା ସହ ମେଟ୍ରୋରେ କାଳୁପୁରରୁ ଦୂରଦର୍ଶନ କେନ୍ଦ୍ର ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଶିକ୍ଷା ସମାଜ ପକ୍ଷରୁ ଆୟୋଜିତ ସାଧାରଣ ସମାରୋହରେ ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିବେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ