ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ । ଆସନ୍ତା ୨୪ ତାରିଖରେ ମହିଳାଙ୍କୁ ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା । ଯେଉଁ ମହିଳାମାନେ ପୂର୍ବ ୨ଟି ପର୍ଯ୍ୟାୟରେ ଟଙ୍କା ପାଇନଥିଲେ ସେମାନଙ୍କ ପାଇଁ ଖୁସି ଖବର ।
ସୁଭଦ୍ରା ଯୋଜନା ଟଙ୍କା କେବେ ଖାତାକୁ ଆସିବ ସେନେଇ ଚିନ୍ତାରେ ଥିଲେ ହିତାଧିକାରୀ । ସମସ୍ତ ଡକ୍ୟୁମେଣ୍ଟ ସଠିକ ଥିବା ସତ୍ତ୍ୱେ ଏଯାଏଁ ବି ଅଧେ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପଡିନାହିଁ । ଯାହାକୁ ନେଇ ସେମାନେ ଏବେ ବି ଦ୍ୱନ୍ଦ୍ୱରେ । ପର୍ଯ୍ୟାୟ ପରେ ପର୍ଯ୍ୟାୟ ଅପେକ୍ଷା କରିଥିବା ମହିଳାମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଟଙ୍କା ମିଳିବା ନେଇ ସେମାନେ ବେଶ ଉତ୍ସାହିତ ଅଛନ୍ତି ।
୨୪ ତାରିଖରେ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । କିନ୍ତୁ ଆପଣ ଯୋଗ୍ୟ କି ନାହିଁ, ଆପଣଙ୍କ ଫର୍ମ ରିଜେକ୍ଟ ହୋଇଛି କି ନାହିଁ ସେ ବାବଦରେ ଜାଣିବା ନିହାତି ଜରୁରୀ ।
ଅନ୍ୟପଟେ ଆଉ ଏକ ବଡ଼ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଏଯାବତ୍ ୨ ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ରିଜେକ୍ଟ ହୋଇଛି । ବିଭିନ୍ନ ତ୍ରୁଟି କାରଣରୁ ଆବେଦନପତ୍ର ରିଜେକ୍ଟ ହୋଇଛି । ତେବେ ଏହି ରିଜେକ୍ଟ ଲିଷ୍ଟରେ ଅଛି କି ଆପଣଙ୍କ ନାମ…ଆପଣ ବି ଏହି ପର୍ଯ୍ୟାୟରେ ପାଇବେନି କି ସୁଭଦ୍ରା ଟଙ୍କା । ରିଜେକ୍ଟ ଲିଷ୍ଟରେ ନାମ ଅଛି କି ନାହିଁ କେମିତି ଜାଣିବେ…
ଆପଣ ନିଜ ମୋବାଇଲରେ ମଧ୍ୟ ଏହି ଲିଷ୍ଟ ଦେଖିପାରିବେ । ଆସନ୍ତୁ ଜାଣିବା ଷ୍ଟେପ ବାଏ ଷ୍ଟେପ । ପ୍ରଥମେ ମୋବାଇଲରେ ସୁଭଦ୍ରା ପୋର୍ଟାଲରେ ଲଗଇନ କରନ୍ତୁ । ଲଗଇନ କରିବା ପରେ ସୁଭଦ୍ରା ଯୋଜନା ପୃଷ୍ଠା ଖୋଲିିଯିବ । ତାପରେ ସେଠାରେ ଆପଣଙ୍କୁ କିଛି ବକ୍ସ ଦେଖାଯିବ । ସେଥିମଧ୍ୟରୁ ଆପଣଙ୍କୁ ରିଜେକ୍ଟ ଲିଷ୍ଟ ଉପରେ କ୍ଲିକ କରିବାକୁ ପଡ଼ିବ ।
ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ୱା ଅପଡେଟ ଆବଶ୍ୟକ ତାଲିକା ବକ୍ସରେ କ୍ଲିକ କରନ୍ତୁ । ତାପରେ ଆଉ ଏକ ପୃଷ୍ଠା ଖୋଲିଯିବ । ସେଥିରେ NPCI ରିଜେକ୍ଟ ତାଲିକା ଦେଖାଯିବ । ତଳକୁ ଆପଣଙ୍କ ଜିଲ୍ଲା, ବ୍ଲକ ଓ ଜିପି ବା ୱାର୍ଡ ଦେଖାଯିବ । ସେହି ବକ୍ସ ପୂରା କରିବା ପରେ ସେଠାରେ ବ୍ଲକ ନାମ ଓ ରିଜେକ୍ଟ ହୋଇଥିବା ହିତାଧିକାରୀଙ୍କ ନାମ ପିଡିଏଫ ଦେଖାଯିବ । ଯାହାକୁ କ୍ଲିକ କଲେ ଆପଣ ହିତାଧିକାରୀଙ୍କ ନାମ ଦେଖିପାରିବେ ।
ଏହି ଲିଷ୍ଟରେ ଯଦି ଆପଣଙ୍କ ନାମ ଥିବ ତେବେ ସୁଭଦ୍ରା ସହାୟତା ପାଇବା ପାଇଁ, NPCI ରିଜେକ୍ଟ ତାଲିକାରେ ଥିବା ହିତାଧିକାରୀମାନଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ କରିବାକୁ ସରକାର ସୂଚନା ଦେଇଛନ୍ତି ।
ତେବେ ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି । ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟ ଟଙ୍କା ମିଳିବ । ଯଦି ସଂଶୋଧନ କରିବାରେ ବିଳମ୍ବ ହୁଏ ତେବେ ୪ର୍ଥ ପର୍ଯ୍ୟାୟରେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଦିଆଯିବ । ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି